ରାଜ୍ୟ ସରକାର ଶ୍ରମିକଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଏପ୍ରିଲ ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା ହୋଇଛି। କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।
ଆଜି ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ଏହି ଅବସରରେ ଶ୍ରମିକମାନଙ୍କ ତ୍ୟାଗ, କର୍ତ୍ତବ୍ୟ ନିଷ୍ଠା ଓ ସମାଜ ପାଇଁ ସେମାନଙ୍କ ଅବଦାନକୁ ମନେ ପକାଯାଉଛି । ୧୮ଶହ ମସିହାରେ ଆମେରିକାରେ କର୍ମକ୍ଷେତ୍ରରେ ଶ୍ରମିକମାନଙ୍କ ସୁରକ୍ଷା, ଉତ୍ତମ ବାତାବରଣ ଓ ନିର୍ଦ୍ଦିଷ୍ଟ ସମୟରେ କାମ କରିବାକୁ ଅନୁମତି ଦେବାକୁ ଏକ ବିରାଟ ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଦିନକୁ ୧୬ ଘଣ୍ଟା ବଦଳରେ ୮ ଘଣ୍ଟା କାମ କରିବାକୁ ସେମାନେ ଦାବି କରିଥିଲେ। ଏହି ସମୟରେ ପୋଲିସ ଗୁଳିରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା।
ଏହାପରେ ଶ୍ରମିକମାନଙ୍କ ଦାବିକୁ ଆମେରିକା ସରକାର ମାନି ନେଇଥିଲେ। ମେ’ ପହିଲା ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।
Comments are closed.