Latest Odisha News

BREAKING NEWS

ଅସମାନତା ଦୂରଉଛି କିଟ୍; ଜାତିସଂଘ ବିଶ୍ୱ ତାଲିକା ରେ ଅଷ୍ଟମ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ଯାଳୟ ଅସମାନତା ଦୂରୀକରଣ ରେ ଭଲ ପ୍ରଦର୍ଶନ କରୁଛି।ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ସ୍ଥାନ ଅଧିକାର କରିଛି 

ଗବେଷଣା, ପରିଚାଳନା, ଆଉଟରିଚ୍‍ ଏବଂ ଗୁଣାତ୍ମକ ଶିକ୍ଷାଦାନ ଆଦି ମାପଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ ଯୋଗଦାନର ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି ଚଳିତ ବର୍ଷ ଏହି ରାଙ୍କିଙ୍ଗରେ ଅସମାନତା ହ୍ରାସ କରିବା ପ୍ରଭାବ କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଅଷ୍ଟମ ସ୍ଥାନରେ ରହିଛି। 

ଜାତିସଂଘର ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ପାର୍ଟନରସିପ ଆଦି କ୍ଷେତ୍ରରେ କିଟ୍‍ ୧୦୧+ ମଧ୍ୟରେ ରହିଛି

ସାମଗ୍ରିକଭାବେ ବିଶ୍ୱର ୧୦୬ଟି ଦେଶର ୧୫ ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୦୧+ ସ୍ଥାନରେ ରହିଛି  କିଟ୍ ବ୍ଯତୀତ ହାତ ଗଣତି ଭାରତୀୟ ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

କିଟ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି, କିଟ୍‍ ଶିକ୍ଷାଦାନ ଗବେଷଣା ସହ ଦୀର୍ଘ ୨୫ବର୍ଷ ହେଲା ସମାଜଭିତ୍ତିକ ଅନେକ କାର୍ଯ୍ୟ କରିଆସୁଛି। ପରିଣାମ ସ୍ୱରୂପ ଅସମାନତା ଦୂର କରିବାରେ କିଟ୍‍କୁ ୮ମ ସ୍ଥାନ ମିଳିଛି

ଏହି ସଫଳତା ପାଇଁ ଅଚ୍ଯୁତ କିଟ୍‍ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Leave A Reply

Your email address will not be published.