Latest Odisha News

BREAKING NEWS

ପ୍ରି-ଆକ୍ଟିଭେଟ ସିମରେ ଠକେଇ ଘଟଣାରେ ତନାଘନା, ଢ଼େଙ୍କାନାଳରୁ ୩ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ:  ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ। କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁଙ୍କ ସମେତ ୩ ଜଣଙ୍କୁ ଢେଙ୍କାନାଳରୁ ସାଇବର ଟିମ୍ ଗିରଫ କରିଛି ।

୩ ଜଣଙ୍କ ଠାରୁ ୧୯,୬୪୧ଟି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜବତ ହୋଇଛି। ୪୮ଟି ମୋବାଇଲ୍ ସହ ନଗଦ ୧୪ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି। ଲାପ୍‌ଟପ୍‌ ସହ କିଛି ଭୋଟର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ଏନେଇ ପ୍ରେସମିଟ୍‌ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସିମ୍‌ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା । ଦେଶବ୍ୟାପୀ ଏମାନଙ୍କ ନେଟଓ୍ୱର୍କ ଚାଲିଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ସିମ୍ ବିକ୍ରି ନେଇ ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.