ଭୁବନେଶ୍ବର : ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ମାମଲା ଦିନକୁ ବଢ଼ି ଚାଲିଥିବା ବେଳେ, ସତର୍କ ହେଲେଣି ସରକାର । ଏହାକୁ ଦୃଷ୍ଟିରେ ରଖି କରୋନା ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । କରୋନା ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜିଲ୍ଲା ଦାୟିତ୍ୱରେ ୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ସଂକ୍ରମଣ ମାମଲା ବଢ଼ି ଚାଲିଛି । କିନ୍ତୁ ରାଜ୍ୟରେ ମାମଲା ନିୟନ୍ତ୍ରଣରେ ରହିଛି । ୫ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ଯେଉଁମାନେ ଏହି ୫ ରାଜ୍ୟରୁ ଫେରଛନ୍ତି, ସେମାନଙ୍କର ଟେଷ୍ଟିଂ କରାଯିବା ସହ ବିମାନବନ୍ଦର ଓ ଷ୍ଟେସନରେ ସ୍କ୍ରିନିଂ କରାଯାଉଛି । ଆଜି ରାଜ୍ୟରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Comments are closed.