Latest Odisha News

ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ୫-ଟି ଚାର୍ଟର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍ -ଟି ଚାର୍ଟ । 5T ଚାର୍ଟର ଓ ‘ମୋ ସରକାର’ ହଟାଇବାକୁ ଜିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ, ଖ ଏବଂ ଗ ବର୍ଗର ସରକାରୀ କର୍ମଚାରୀଙ୍କ ସିସିଆର୍ ରୁ ଏହା ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟାଯାଇଛି l ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ପ୍ରଚଳନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି l

ସୂଚନା ଅନୁସାରେ, ଦକ୍ଷତା ଭିତ୍ତିରେ ୟଙ୍ଗ ଅଫିସରଙ୍କ ପ୍ରମୋସନ୍ ପାଇଁ ପଦନ୍ନୋତି ନିୟମରେ 5T ଚାର୍ଟର ଲାଗୁ କରିଥିଲେ ପୂର୍ବତନ ନବୀନ ସରକାର। ତେବେ ଏହି ନିୟମକୁ ବର୍ତ୍ତମାନ ହଟାଇଛନ୍ତି ମୋହନ ସରକାର।

Comments are closed.