ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ସବୁ ରାଜ୍ୟକୁ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଟିକା କମ୍ପାନୀ ମାସିକ ଉତ୍ପାଦନ କରୁଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ଓ ୭୫ ପ୍ରତିଶତ ଟିକା ରାଜ୍ୟ ସରକାର ପାଇବେ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଯୋଗାଇ ଦେଲେ ଓଡ଼ିଶା ଟିକା ଅଭାବର ସମ୍ମୁଖୀନ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାରେ ଘରୋଇ ସଂସ୍ଥାର ପରିମାଣ ମାତ୍ର ୫ ପ୍ରତିଶତ । ସେହିପରି କେବଳ ୪ଟି ଡାକ୍ତରଖାନା ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ସିଧାସଳଖ କୋଭିଡ୍ ଟିକା ପାଇବାକୁ ସକ୍ଷମ । ନୂଆ ନିୟମ ଅନୁସାରେ ଘରୋଇ ସଂସ୍ଥାକୁ ୨୫ ପ୍ରତିଶତ ଟିକା ଦିଆଗଲେ ସରକାର ଅନୁଷ୍ଠାନରେ ଟିକାର ଅଭାବ ଦେଖାଦେବ । ତେଣୁ ଘରୋଇ ସଂସ୍ଥାକୁ ୫ ପ୍ରତିଶତ ଟିକା ଦେବା ଆବଶ୍ୟକ । ଏଦିଗରେ ତୁରନ୍ତ ବିଚାର କରି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ ମହାପାତ୍ର ।
BREAKING NEWS
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

Comments are closed.