Latest Odisha News

BREAKING NEWS

ଭାରତୀୟ ରେଳବାଇକୁ ଓଡ଼ିଶା ସରକାର ଦେବେ ୫.୫ କୋଟି ଟଙ୍କା

ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଆ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ରେଳ ମାଧ୍ୟମରେ ଆସିବାରେ ଲାଗିଛନ୍ତି । ଏହି ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର, ଏହି ଖର୍ଚ୍ଚ ବାବଦକୁ ଓଡ଼ିଶା ସରକାର ଭାରତୀୟ ରେଳବାଇକୁ ୫.୫ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶନିବାର ଦିନ ସୂଚନା ଦେଇଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଆ ପ୍ରବାସୀମାନେ ରେଳ ମାଧ୍ୟମରେ ଓଡ଼ିଶାକୁ ଆସିଛନ୍ତି । ଏହି ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ମାଧ୍ୟମରେ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା । ଏହା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ସିଏମଆରଏଫ)ରୁ ୫.୫ କୋଟି ଟଙ୍କା ଭାରତୀୟ ରେଳବାଇକୁ ପ୍ରଦାନ କରାଯିବ । “ଏବେ ପ୍ରବାସୀ ମାନେ ମାଗଣାରେ ରାଜ୍ୟକୁ ଫେରି ପାରିବେ ।” ଏହା କହିଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ: ‘ଥ୍ୟାଙ୍କ ୟୁ ସବ୍ୟଭାଇ’….

ସେହିପରି ଭାବେ ଅନେକ ଓଡ଼ିଆ ପ୍ରବାସୀ ବିଭିନ୍ନ ରାଜ୍ୟରୁ ବସ୍ ମାଧ୍ୟମରେ ମଧ୍ୟ ଆସିବାରେ ଲାଗିଛନ୍ତି । ନିକଟରେ କେନ୍ଦ୍ର ସରକାର ବସ ସେବା ଚାଲୁ କରିବା ନେଇ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକମାନଙ୍କ ସହିତ ଖୁବ୍ ଶିଘ୍ର ଆଲୋଚନା କରାଯିବ । ମାତ୍ର ଓଏସଆରଟି ନିକଟରେ ୪୦୦-୫୦୦ ବସ୍ ଉପଲବ୍ଧ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବସ୍ ଗୁଡ଼ିକରେ ୫୦ ପ୍ରତିଶତ ଯାତ୍ରୀ ବହନ କରି ଚଳାଚଳ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଘରୋଇ ବସ୍ ମାଲିକ ସଂଘ ଅଗ୍ରାହ୍ୟ କରିଦେଇଥିଲେ ।

Leave A Reply

Your email address will not be published.