Latest Odisha News

୨୦ ଦେଶର ପ୍ରତିନିଧିଙ୍କୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ଚାଲୁଥିବା ସମ୍ମାନଜନକ ୟୁଥ-୨୦ କନ୍‍ସଲ୍‍ଟେସନ୍‍ ଅବସରରେ ଆମେରିକା, ବ୍ରିଟେନ୍‍, ଜର୍ମାନ୍‍, ୟୁକ୍ରେନ୍‍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‍ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ, ଶିକ୍ଷାବିତ୍‍ ଓ ୫ଟି ଦେଶର କୂଟନୀତିଜ୍ଞଙ୍କୁ ଶନିବାର ଭୁବନେଶ୍ୱରରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି ।

କିଟ୍‍ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନାରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟପାଳ ସମସ୍ତ ପ୍ରତିନଧିଙ୍କୁ ସମ୍ବର୍ଦ୍ଧିତ କରି ବସୁଧୈବ କୁଟୁମ୍ବକମ୍‍ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ କହିଲେ, ସମାଜରେ ଶାନ୍ତି, ସମୃଦ୍ଧି ଓ ସାମ୍ୟତା ବଜାୟ ରଖିବା ପାଇଁ ଜି-୨୦ ଅଧିନରେ ୟୁଥ-୨୦ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।

ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିମାନେ କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲୁ ରହିଥିବା ୟୁଥ ୨୦ କାର୍ଯ୍ୟ କ୍ରମରେ ଯୋଗ ଦେବା ଅବସରରେ କିଟ୍‍ ଓ କିସ୍‍ର ବିଭିନ୍ନ କ୍ୟାମ୍ପସ୍‍ ପରିଦର୍ଶନ କରିଥିଲେ । କିଟ୍‍ ଓ କିସ୍‍ ପରିଦର୍ଶନ କରି ସେମାନେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ସହ କିଟ୍‍ ପକ୍ଷରୁ ତାଙ୍କୁ ମିଳିଥିବା ଆତିଥେୟତାରେ ସେମାନେ ଅଭିଭୂତ ବୋଲି କହିଥିଲେ । ଓଡ଼ିଶାର ଲୋକମାନେ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ ବୋଲି ମତ ଦେବା ସହ ସେମାନଙ୍କ ଓଡ଼ିଶା ଗସ୍ତ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଥିଲେ ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ତାଙ୍କ ଅନୁରୋଧ ରକ୍ଷାକରି ୨୦ଟିଦେଶର ସାଂସଦ, କୂଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତ୍‍ମାନେ ଏଠାକୁ ଆସିଥିବାରୁ ଏହା କିଟ୍‍ ତଥା ଓଡ଼ିଶା ପାଇଁ ଗୌରବର ବିଷୟ । ସେଥିପାଇଁ ସେ ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଗ୍‍ବୀ ଇଣ୍ଡିଆର ସଭାପତି, ବଲଉିଡ୍ ତାରକା ରାହୁଳ ବୋଷ, କିଟ୍‍ ଓ କିସର୍‍ ସଭାପତି ଶାଶ୍ୱତୀ ବଳ ଉପସଭାପତି ଉମାପଦ ବୋଷ ପ୍ରମଖୁ ଉପସ୍ଥିତ ଥିଲେ ।

Comments are closed.