ନୂଆଦିଲ୍ଲୀ: ଏବେ ଜୋର ଧରିଛି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ଆରିଭିତରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଦିଲ୍ଲୀ ଯାଇ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ରଘୁବର ଦାସ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଗୃହମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟ ପକ୍ଷରୁ ପୋଷ୍ଟ କରି ସୂଚନା ଦିଆଯାଇଛି ।
ओडिशा के राज्यपाल श्री @dasraghubar ने केन्द्रीय गृह एवं सहकारिता मंत्री श्री @AmitShah से भेंट की। pic.twitter.com/4oDrKOgWVd
— गृहमंत्री कार्यालय, HMO India (@HMOIndia) March 11, 2024
ସେପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ବିଜେଡି-ବିଜେପି ମେଣ୍ଟ ସସପେନ୍ସ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଥିବା ସୂଚନା ମିଳିଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ସମ୍ଭାବ୍ୟ ମେଣ୍ଟ ଓ ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି ।
ସେହିପରି ସଂଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଛି । ଏହି ବୈଠକରେ ମଧ୍ୟ ରାଜ୍ୟ ନେତୃତ୍ୱ ସାମିଲ ହୋଇପାରନ୍ତି ।
Comments are closed.