Latest Odisha News

ସମ୍ବଲପୁରରେ ବ୍ୟକ୍ତିଙ୍କୁ ହାତୀ ଦଳିଦେବା ଘଟଣା; ପରିସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଟିମ୍ ପଠାଇବ ବନ ବିଭାଗ

ଭୁବନେଶ୍ୱର: ସମ୍ୱଲପୁର ବନଖଣ୍ଡ ଅନ୍ତର୍ଗତ ବାଞ୍ଜିଗୋଟ ଅଞ୍ଚଳରେ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦନ୍ତା କଚାଡ଼ିଦେବା ଘଟଣା ଏବେ ବନ ବିଭାଗକୁ ଚିନ୍ତାରେ ପକାଇଛି। ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀ ଅନେକ ଲୋକଙ୍କର ଜୀବନ ନେଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହେବା ସହ ରାଜ୍ୟ ବନ ବିଭାଗ ମଧ୍ୟରେ ଚିନ୍ତାରେ। ତେବେ ହାତୀକୁ ଶାନ୍ତ କରିବା ପାଇଁ ଏକ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ।

ଖବର ଅନୁଯାୟୀ, ବଣୁଆ ଦନ୍ତା ଆକ୍ରମଣରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ସମ୍ବଲପୁରକୁ ଏକ ସ୍ୱତନ୍ତ୍ର ଅଧିକାରୀ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ବନ ବିଭାଗ। ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବ ବନ ବିଭାଗ ଟିମ୍ ଏବଂ ଆବଶ୍ୟକ ସ୍ଥଳେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ସୂତ୍ରରୁ ପ୍ରକାଶ।

କ୍ରିକେଟ ଖେଳ ଦେଖି ଫେରିବା ବେଳେ ବାଟରୁ ଟାଣି ନେଇ ଦଳି ଦେଲା ଦନ୍ତା ହାତୀ । ସମ୍ୱଲପୁର ବନଖଣ୍ଡ ଅନ୍ତର୍ଗତ ବାଞ୍ଜିଗୋଟ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଉଛନ୍ତି, ମାନେକଶ୍ୱର ବ୍ଲକ ପୁରୁଣାପାଣି ଗାଁର ୫୫ ବର୍ଷ ବୟସ୍କ ଯୁଧିଷ୍ଠିର ବେହେରା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାନେକଶ୍ୱର ବ୍ଲକ ପୁରୁଣାପାଣି ଗାଁର ଯୁଧିଷ୍ଠିର ବେହେରା ବସିଆପଡାରେ ଆୟୋଜିତ କ୍ରିକେଟ ଖେଳି ଦେଖି ସନ୍ଧ୍ୟାରେ ସେ ଘରକୁ ଫେରୁଥିଲେ ।

ବାଞ୍ଜିଗୋଟ ନିକଟରେ ଯୁଧିଷ୍ଠିର ଏକ ଦନ୍ତା ହାତୀ ହାବୁଡରେ ପଡିଥିଲେ । ରାସ୍ତାରୁ ଟାଣି ନେଇ ଦନ୍ତା ତାଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନବିଭାଗର କର୍ମଚାରୀ ଓ ଯୁଯୁମରା ପୁଲିସ ଘଟଣାସ୍ଥଳରେ ପହଞ୍ଚିିଛନ୍ତି । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

 

Leave A Reply

Your email address will not be published.