Latest Odisha News

BREAKING NEWS

ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ , ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ଠାରୁ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି । ରାଜ୍ୟପାଳ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରୁଛନ୍ତି । କାର୍ଯ୍ୟସୂଚି ଅନୁସାରେ ରାଜ୍ୟପାଳ ରାଜଗାଙ୍ଗପୁରରେ ଓହ୍ଲାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି ।ଅପରାହ୍ନ ୪ଟା ସମୟରେ ଅଇଁଠାପାଲିରେ ଦିବ୍ୟ ନୟନ ଯୋଗ ଓ ନେଚୁରୋପାଥୀ ୱେଲନେସ ସେଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ସର୍କିଟ ହାଉସରେ ବିଶ୍ରାମ ନେବେ ରାଜ୍ୟପାଳ ।ତପସ୍ୱିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତି ସମାରୋହରେ ରାଜ୍ୟପାଳ ସାମିଲ ହେବେ । ରାଜ୍ୟପାଳଙ୍କ ବୁର୍ଲାରେ ରାତ୍ରୀ ରହଣିର କାର୍ଯ୍ୟକ୍ରମ ରହିଛି । ୨୨ ତାରିଖ ସକାଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପହଁଞ୍ଚି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ଆଉ ସେହି ଦନି ରାତି ୮ଟାରେ ଭୋଜନ କରିବା ପରେ ସମ୍ବଲପୁର ଷ୍ଟେସନରେ ପହଁଞ୍ଚି ତପସ୍ୱିନୀ ଏକ୍ସପ୍ରେସରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ରାଜ୍ୟପାଳଙ୍କ ସୁରକ୍ଷା ପାଇଁ ୧୪ ଜଣିଆ ସୁରକ୍ଷା କର୍ମୀ ସାମିଲ ଅଛନ୍ତି ।

 

Leave A Reply

Your email address will not be published.