Latest Odisha News

BREAKING NEWS

ନବୀନଙ୍କ ବଡ଼ ଘୋଷଣା, ନିୟମିତ ହେବେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର: କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ନିୟମିତ ହେବ । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବା ପରେ ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଳରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀ ଏ ଘୋଷଣ ପରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନବୀନଙ୍କ ଜନ୍ମଦିନର ଠିକ୍ ପୂର୍ବରୁ ଏଭଳି ଘୋଷଣା ସମସ୍ତଙ୍କୁ ଖସି କରି ଦେଇଛି ।

ଘୋଷଣା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଆଜି ମୋ ପାଇଁ ସବୁଠୁ ବଡ଼ ଖୁସିର ଦିନ। ରାଜ୍ୟରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତି ବ୍ୟବସ୍ଥା ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ବହୁତ ଦିନ ଧରି ମୁଁ ଏ ଦିନକୁ ଅପେକ୍ଷା କରିଥିଲି । ଓଡ଼ିଶାରେ କଣ୍ଟ୍ରାକଚୁଆଲ୍ ନିଯୁକ୍ତିର ଯୁଗ ଶେଷ ହୋଇଛି । ଆସନ୍ତୁ ଆମେ ସମସ୍ତେ ଆହୁରି ନିଷ୍ଠାପର ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ।

Leave A Reply

Your email address will not be published.