କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l ଆଜି ବୈପାରୀଗୁଡା ଥାନାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ପ୍ରେସମିଟରେ ସୂଚନା ଦେଇଛନ୍ତି l ବୈପାରୀଗୁଡା ଅଞ୍ଚଳ ସମେତ କୁନ୍ଦୁରା ଲମତାପୁଟ ନନ୍ଦପୁର ଭଳି ଆଦିବାସୀ ଅଞ୍ଚଳର ଏକ ଶହରୁ ଉର୍ଦ୍ଧ ଲୋକେ ଏହି ନକଲି ଡ୍ରାଇଭିଙ୍ଗ ଲାଇସେନ୍ସର ଠକାମିର ଶିକାର ହୋଇଛନ୍ତି l ଲୋକଙ୍କୁ ବିନା ଟେଷ୍ଟିଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଉଥିଲା ଆଉ ଏଥିପାଇଁ ଅଧିକ ଟଙ୍କା ନେଉଥିଲେ ମୋହେନ୍ଦ୍ର ଖେମୁଡୁ l ହେଲେ ମାଝୀଗୁଡା ଗ୍ରାମର କିଛି ଲୋକଙ୍କ ଲାଇସେନ୍ସ ଅନଲାଇନରେ ସୋ ନକରିବାରୁ ଏହା ନକଲି ହୋଇଥିବା ଭାବି ସେମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚଲାଣ କରିଛି l
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.