ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଛି ଭିଆରଏସ୍ ଅନୁମତି। ସେ ୧୯୯୦ ବ୍ୟାଚ ଆଇପିଏସ୍ ହୋଇଥିବା ବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଉ ଶ୍ରୀ ଷଡ଼ଙ୍ଗୀ ନିଜର ନୂଆ ଦାୟିତ୍ୱ ସମ୍ଭାଳିବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ । ଏହାସହିତ ସେ ସର୍ବଭାରତୀୟ ସେବା ରୁଲସ-୧୯୫୮ର ପ୍ରାବଧାନ ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇପାରିବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
BREAKING NEWS
- IPAC ED Raid: ଦିଲ୍ଲୀରେ ପହଞ୍ଚିଲା କୋଲକାତା ହାଇଡ୍ରାମା ଗୃହ ମନ୍ତ୍ରଣାଳୟ ବାହାରେ ଟିଏମସି ସାଂସଦଙ୍କ ପ୍ରତିବାଦ, ଡେରେକ୍ ଓ’ବ୍ରାଏନ୍ ଏବଂ ମହୁଆ ମୋଇତ୍ରାଙ୍କୁ ଉଠାଇ ନେଲା ପୋଲିସ…
- Malaysia Open: ମାଲେସିଆ ଓପନ୍: ସେମିଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ
- Trump’s Greenland Takeover’: ପ୍ରଥମେ ଗୁଳି ଚାଲିବ, ତା’ପରେ ପ୍ରଶ୍ନ ପଚାରିବୁ…’, ଟ୍ରମ୍ପଙ୍କୁ ଚେତାବନୀ ଦେଲା ଡେନମାର୍କ…
- ତୁର୍କମାନ ଗେଟରେ ପଥର ଫିଙ୍ଗା ଘଟଣାରେ ୨୦୦ ଦଙ୍ଗାକାରୀ ସାମିଲ!
- Russian Tanker Seized: ଆମେରିକା ଜବତ କରିଥିବା ରୁଷ ଜାହାଜରେ ୩ ଭାରତୀୟ, ରୁଷ କହିଲା…
- ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି: ଉତ୍ତେଜନା ପରେ ଇଣ୍ଟରନେଟ୍, ଟେଲିଫୋନ୍ ସେବା ବନ୍ଦ
- ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ଆହୁରୀ ସପ୍ତାହେ ରହିବ ପ୍ରଚଣ୍ଡ ଥଣ୍ଡା
- ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହତ୍ୟା ଧମକ; ବଢିଲା ଲୋକଭବନର ସୁରକ୍ଷା
- ଦିଲ୍ଲୀ ପରେଡ୍କୁ ଗଲେ ନବରଙ୍ଗପୁର ମହାବିଦ୍ୟାଳୟର ୬ ଛାତ୍ର
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
Comments are closed.