Latest Odisha News

BREAKING NEWS

୨୪ ତାରିଖ ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନେ ଭୋଟ ଦେବା ପାଇଁ ଛୁଟି ଘୋଷଣା କରିଛନ୍ତି । ଭୋଟ ପାଇଁ ସର୍ବାଧିକ ତିନି ଦିନ ଛୁଟି ମିଳିବ ଭୁବନେଶ୍ୱର , କଟକ , ବ୍ରହ୍ମପୁରରେ ସରକାରୀ କର୍ମଚାରୀଙ୍କୁ  ।

ମାର୍ଚ୍ଚ ୨୪ ତାରିଖରେ ୧୦୬ ଟି ସହରାଞ୍ଚଳ କର୍ମଚାରୀଙ୍କୁ ମଧ୍ୟ ଛୁଟି ମିଳିବ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୩ଟି ମହାନଗର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସମେତ ୧୦୬ ପୌର ପରିଷଦ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୨୬ ତାରିଖରେ ଆସିବ ।

Comments are closed.