Latest Odisha News

BREAKING NEWS

କୋହଳ ହେଲା କୋଠାବାଡି ନିର୍ମାଣ ନିୟମ

ଭୁବନେଶ୍ୱର: କୋଠାବାଡ଼ି ନିର୍ମାଣ ନିୟମରେ ହେଲା ପରିବର୍ତନ । ବହୁତଲ ଅଟାଳିକ ନିର୍ମାଣ ପାଇଁ ସରକାର କୋହଳ କଲେ ନିୟମ । ଆସିଲା ଓଡିଶା ଉନାୟନ ଯୋଜନା ଓ ନିର୍ମାଣ ମାନଙ୍କ ନିୟମ ୨୦୨୦ । ୮ ଟି ଗୃହ ଥିବା ଅଟାଳିକାକୁ ଏଣିକି ଆପାର୍ଟମେଂଟ କୁହାଯିବ ।

ବର୍ତ୍ତମାନ ଜମିମୁଲ୍ୟର ୨୫ ଭାଗ ଆଧାମୁଲ୍ୟରେ ଉପଲବ୍ଧ ହେବ । ଉଚ୍ଚ ଅଟାଳିକ ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ପ୍ଲାଟ ସାଇଜ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ନାହିଁ ଅନୁମତି । ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଏବଂ ଖରଦି ଯୋଗ୍ୟ FAR ଦେୟ କିସ୍ତିରେ ଦେବା ପାଇଁ ହେଲା ବ୍ୟବସ୍ଥା ।

ବର୍ତ୍ତମାନ କୋଠବାଡ଼ି ଓ ଗୋଦାମ ଗୃହ ପାଇଁ ପାଇଁ ପର୍କିଙ୍ଗ ସ୍ଥାନ ୯୦ ପ୍ରତିଶତ ହେଲା । ଏଣିକି ଆଉ ମଡେଲ ପ୍ଲାନ ଅନୁମତି ବାରମ୍ବାର ଦୌଡ଼ିବାକୁ ପଡିବନି ସରକାରୀ କାର୍ଯ୍ୟାଳୟକୁ । ଆବଶ୍ୟକୀୟ ଟଙ୍କା ଦାଖଲ କରି ଅଣ୍ଡରଟେକିଙ୍ଗ ଦେଇ ଗୃହ କାର୍ଯ୍ୟ  ଆରମ୍ଭ କରିପାରିବେ ବୋଲି କହିଛନ୍ତି ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା  ।

Leave A Reply

Your email address will not be published.