Latest Odisha News

ଖୋଲିଲା ଏମକେସିଜି ଓପିଡ଼ି

ଭୁବନେଶ୍ୱର: ଆଜି ଠାରୁ ଖୋଲିଲା ବ୍ରହ୍ମପୁର ଏମକେସିଜି ଓପିଡ଼ି । ପୂର୍ବରୁ ୧୫ ତାରିଖରେ ଓପିଡ଼ି ଖୋଲିବ ବୋଲି କୁହାଯାଇଥିଲେ ବି ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ଓପିଡ଼ିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ମାସ ପ୍ରଥମ ସପ୍ତାହରେ ଓପିଡ଼ିକୁ ବନ୍ଧ କରି ଦେଇଥିଲା ଜିଲ୍ଲା ପ୍ରଶାସନ ।
ସାଧାରଣତଃ ଚିକିତ୍ସା ପାଇଁ ଓପିଡ଼ିରେ ଅଧିକାଂଶ ସମୟରେ ଗହଳି ଲାଗିଥାଏ । ଅନ୍ୟପଟେ ଜିଲ୍ଲାକୁ ବହୁ ସଂଖ୍ୟର ପ୍ରବାସୀମାନେ ଫେରିବା ପରେ ଓପିଡ଼ିରେ ରୋଗୀଙ୍କ ଗହଳି ଅଧିକ ମାତ୍ରାରେ ବଢ଼ି ଯାଇଥିଲା । ତେଣୁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିଲା ।ହେଲେ ରୋଗୀ ସେବାକୁ ଦୃଷ୍ଟିରେ ରଖି ଆଜି ଠାରୁ ଓପିଡ଼ି ଖୋଲାଯାଇଛି ।
Leave A Reply

Your email address will not be published.