Latest Odisha News

BREAKING NEWS

ସୁନ୍ଦରଗଡରେ ୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଉରକେଲାରୁ କେବଳ ୬୦

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୦୫ରେ ପହଞ୍ଚିଛି ।

BjdElectrycity

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

 

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୫୪ ଜଣ ରାଉରକେଲାର ସ୍ୱତନ୍ତ୍ର ଜେଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ କେତେକ ଆଣ୍ଟିଜେନ୍ ଟେଷ୍ଟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ- ଭାଙ୍ଗିଲା ରେକର୍ଡ, ୩୦ ଜିଲ୍ଲାରୁ ଗୋଟିଏ ଦିନରେ ୧୯୭୭ ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୦୭୧ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୧୭୦୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨୧ଜଣ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢନ୍ତୁ- ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ୧୫୦ ପାର କଲା ମୃତ୍ୟୁସଂଖା

Leave A Reply

Your email address will not be published.