Latest Odisha News

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ ।

ନଭେମ୍ବର ୨୦ରୁ ଶୀତ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ୨୦ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ତେବେ ଏହି ସମୟରେ କୋଭିଡ କଟକଣାକୁ ମଧ୍ୟ ପାଳନ କରାଯିବ ।

ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ । ଏହି ଅତିରିକ୍ତ ବଜେଟ ପରେ ବଜେଟର ଆକାର ୧ ଲକ୍ଷ ୬୦ ହଜାର କୋଟି ଟପିବାର ସମ୍ଭାବନା ରହିଛି ।

Comments are closed.