Latest Odisha News

BREAKING NEWS

ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ବନାଥ ରଥ ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ଓଡ଼ିଶା ଲ’ କମିଶନ ଗଠିତ ହୋଇଛି । ଜଷ୍ଟିସ ବିଶ୍ବନାଥ ରଥ ହେଲେ ନୂଆ ଆଇନ କମିଶନ ଅଧ୍ୟକ୍ଷ । ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କମିଶନ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଓଡିଶା ଲ’ କମିଶନରେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ୬ଜଣ ସଦସ୍ୟ ରହିଛନ୍ତି । ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଓଡ଼ିଶା ଲ’ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିଥିବାବେଳେ ଆଇନ ବିଭାଗ ପ୍ରମୁଖ ସଚିବ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି । ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରକାଶ ମିଶ୍ର ଏବଂ ସୌରଚନ୍ଦ୍ର ମହାପାତ୍ର ଓଡ଼ିଶା ଲ’ କମିଶନ ସଦସ୍ୟ ହୋଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।

Leave A Reply

Your email address will not be published.