Latest Odisha News

BREAKING NEWS

ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା

ଭୁବନେଶ୍ୱର: ସାରା ଓଡ଼ିଶାରେ ଜେଲ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଲ ଅଧିକାରୀ ଏବଂ କର୍ମଚାରୀଙ୍କ ପୋଷାକ ପାଇଁ ବାର୍ଷିକ ଭତ୍ତା ଦ୍ୱିଗୁଣିତ କରିବାକୁ ଅନୁମୋଦନ କରିଛନ୍ତି। ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନା ମୁତାବକ, ୩୭୮ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ଚିଫ ୱାଡର୍ର୍‌, ୱାଡର୍ର୍‌ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୨୫୦୦ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକ ବର୍ଷରୁ ଏହି ନୂଆ ପୋଷାକ ଭତ୍ତା ଲାଗୁ କରାଯିବ।

ଅଧିକାରୀମାନେ କହିଛନ୍ତି ଯେ ଏହି ଭତ୍ତା ବୃଦ୍ଧି ଫ୍ରଣ୍ଟଲାଇନ୍ ଜେଲ କର୍ମଚାରୀଙ୍କ ଉପରେ ଆର୍ଥିକ ବୋଝ କମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫଳରେ  ସେମାନଙ୍କର କର୍ତ୍ତବ୍ୟର ଅଂଶ ଭାବରେ ନିର୍ଦ୍ଧାରିତ ୟୁନିଫର୍ମ ବଜାୟ ରଖିବାକୁ ସେମାନେ ବାଧ୍ୟ।

Comments are closed.