Latest Odisha News

BREAKING NEWS

Sundargarh Accident:ବିଜୁ ଏକ୍ସପ୍ରେସ ୱେରେ ଛାତିଥରା ଦୁର୍ଘଟଣା;ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ଭଷ୍ମା: ବିଜୁ ଏକ୍ସପ୍ରେସ ୱେରେ ଘଟିଛି ଛାତିଥରା ଦୁର୍ଘଟଣା । ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରଲର (OD-16 M-4742) ସ୍କୁଟିକୁ ଧକ୍କା ଦେବା ଫଳରେ ଗାଡ଼ି ଚକା ତଳେ ଚାପି ହୋଇ ମାଆ ସମେତ ୨ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ ମଧ୍ୟ ଚକ ତଳେ ଚାପି ହୋଇ ରହିଥିବା ମୃତଦେହକୁ ବାହାର କରିବା ସମ୍ଭବ ହୋଇପାରି ନାହିଁ।

ଏହି ଛାତିଥରା ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଭଷ୍ମା ପୋଲିସ ତୁରନ୍ତ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରଲର ଚାଳକ ଜଣକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଜବତ କରିବା ସହ ଫେରାର ଡ୍ରାଇଭରକୁ ଧରିବା ପାଇଁ ଛାନ୍‌ଭିନ୍ ଜାରି ରଖିଛି ।

Leave A Reply

Your email address will not be published.