ପୁରୀ: ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନ ଚିତଳପୁରଠାରେ ୩୩କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିନାରାୟଣ ନାୟକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ କାର୍ୟ୍ୟାଳୟରେ ଖଲାସୀ ଭାବେ କାର୍ଯ୍ୟ କରୁଥିଲେ।
ଗତକାଲି ଅପରାହ୍ଣରେ ଚିତଳ ତଳପୁରଠାରେ ନଦୀବନ୍ଧର ଲେବୁଲ୍ ନିଆଯିବା ସମୟରେ ସେ ଧରିଥିବା ଲେବୁଲ ଷ୍ଟାଣ୍ଡ ସେଠାରେ ଯାଇଥିବା ୩୩କେଭି ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା। ଫଲରେ ତାଙ୍କ ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋଡ଼ି ଯାଇଥିଲା।
ତେବେ ସେଠାରେ ଉପସ୍ଥିତ ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Comments are closed.