Latest Odisha News

ସାମ୍ନାକୁ ଆସିଲା ‘ଡାକୁ ମହାରାଜ’ ଓଟିଟି ରିଲିଜ୍ ଡେଟ୍, ହେଲେ ପୋଷ୍ଟରରେ ନାହାନ୍ତି ଉର୍ବଶୀ

ମୁମ୍ବାଇ: ସାମ୍ନାକୁ ଆସିଲା ତେଲୁଗୁ ସିନେମା ‘ଡାକୁ ମହାରାଜ’ର ଓଟିଟି ରିଲିଜ୍ ଡେଟ୍ । ସିନେମାଟି ଗତ ୧୨ ତାରିଖରେ ରିଲିଜ୍ ହେବା ପରେ ଆସନ୍ତା ୨୧ ଫେବୃଆରୀରେ ନେଟଫ୍ଲିକ୍ସରେ ଏହାର ଷ୍ଟ୍ରିମିଂ ଆରମ୍ଭ ହେବ ।

ନେଟଫ୍ଲିକ୍ସ ଓଟିଟି ରିଲିଜ୍ ତାରିଖ ଘୋଷଣା କରିବା ପାଇଁ ସିନେମାର ଏକ ପୋଷ୍ଟର ସେୟାର କରିଛି । ହେଲେ ସବୁଠୁ ରୋଚକ କଥା ହେଉଛି, ପୋଷ୍ଟରରେ ଉର୍ବଶୀ ହିଁ ଉଭାନ ଅଛନ୍ତି । ପୋଷ୍ଟରରେ ସିନେମାର ଅନ୍ୟ ଚରିତ୍ର ରହିଥିବା ବେଳେ ଏଥିରେ ଉର୍ବଶୀଙ୍କ ଫଟୋ ନାହିଁ । ଯାହାକୁ ନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ବ୍ୟଙ୍ଗ କରି କହିଛନ୍ତି, ୧୦୫ କୋଟିର ସିନେମା ପୋଷ୍ଟରରୁ ହଟାଇ ଦିଆଯାଇଥିବା ଭାରତର ପ୍ରଥମ ମହିଳା । ଆଉ ଜଣେ କହିଛନ୍ତି, ସିନେମାର ବେଷ୍ଟ ପ୍ରମୋଟର ହିଁ ପୋଷ୍ଟରରେ ନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ପୋଷ୍ଟରରେ ଉର୍ବଶୀଙ୍କ ଫଟୋ ନାହିଁ ?

ନନ୍ଦମୁରୀ ବାଳକୃଷ୍ଣ, ଉର୍ବଶୀ ରଉତେଲା ଏବଂ ବବି ଦେଓଲଙ୍କ ଅଭିନୀତ ତେଲୁଗୁ ସିନେମା ଗତ ୧୨ ତାରିଖରେ ରିଲିଜ୍ ହୋଇଯାଇଛି । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଏକ ଦମଦାର ଆରମ୍ଭ କରିଥିବା ସିନେମା ଏବେ ମୋଟ ୧୦୫ କୋଂଟିରୁ ଅଧିକ ଟଙ୍କା ରୋଜଗାର କରିଛି । ହେଲେ ଦ୍ବିତୀୟ ସପ୍ତାହ ଆଡକୁ ଏହା ଧିମା ପଡିଥିଲା ।

ଯେଉଁଥିରେ ଉର୍ବଶୀ ସବ-ଇନ୍ସପେକ୍ଟର ଜାନକୀ ଭୂମିକାରେ ଅଭିନୟ କରିଛନ୍ତି । ଦାବିଡି ଡିବିଡି ଗୀତରେ ନନ୍ଦମୁରୀ ବାଳକୃଷ୍ଣଙ୍କ ସହ ତାଙ୍କର ନାଚ ୟୁଟ୍ୟୁବରେ ଭାଇରାଲ ହୋଇଛି । ହିନ୍ଦୀରେ ଭିଡିଓଟି ୨.୧ ମିଲିୟନ ରୋଜଗାର କରିଥିବା, ତେଲୁଗୁରେ ୩୦ ମିଲିୟନ ଏବଂ ସମ୍ପୂର୍ଣ୍ଣ ଭିଡିଓ ଗୀତଟି ୫.୩ ମିଲିୟନ ଭ୍ୟୁ ପାଇଛି ।

Comments are closed.