Latest Odisha News

BREAKING NEWS

ହୋଲଡିଂ ଟିକସର ରିହାତି ଅବଧି ଅଗଷ୍ଟ ୩୧କୁ ବଢିଲା

ଭୁବନେଶ୍ୱର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇ ଦେଇଛନ୍ତି ।

କରେନା ପରିପ୍ରେକ୍ଷୀରେ ସରକାର ଏହି ସୁବିଧା ପ୍ରଦାନ କରିଥିବାବେଳେ ଜନସାଧାରଣ ଏହା ଦ୍ଵାରା ଉପକୃତ ହୋଇପାରିବେ।

ରାଜ୍ୟର ମହାନଗର ନିଗମ ମ୍ୟୁନିସିପାଲିଟି ଓ ଏନ୍‍ଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରମୀ ଘର ଓ ସମ୍ପତ୍ତି
ଟିକସ ପଇଠ କ୍ଷେତ୍ରରେ ମଇମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲା ।

ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ
ଟିକସ ପଇଠ କରିପାରିନଥିବାରୁ ରାଜ୍ୟ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସହରାଞ୍ଚଳ ଲୋକେ ଉପକୃତ
ହେବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଶ୍ରୀ ଜେନା ଆହୁରି କହିଛନ୍ତି ଯେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକେ କିଭଳି ସହଜରେ ଟିକସ ପଇଠ କରିପାରିବେ ତାହା ଉପରେ ରାଜ୍ୟ ସରକାର ସର୍ବାଧିକ
ଗୁରୁତ୍ୱ ପ୍ରଦାନ କରୁଛନ୍ତି ।

ରିହାତି ଅବଧି ବୃଦ୍ଧି ଦ୍ୱାରା କରଦାତାମାନେ ଏହାର ଫାଇଦା ପାଇବା ସହିତ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଉଥିବାବେଳେ ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।

Leave A Reply

Your email address will not be published.