Latest Odisha News

BREAKING NEWS

ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ୩ ଜଣ ମନ୍ତ୍ରୀଙ୍କୁ ପୁରୀ ରଥଯାତ୍ରା ଦାୟିତ୍ୱ ଦେଇଛନ୍ତି ।

ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ରଥଯାତ୍ରାରୁ ନିଳାଦ୍ରୀବିଜେ ଯାଏଁ ୩ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ । ଏଥିସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ମଧ୍ୟ ପୁରୀରେ ରହି ରଥଯାତ୍ରା ପରିଚାଳନା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.