Latest Odisha News

BREAKING NEWS

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା କୋଭିଡ୍ ଟେଷ୍ଟ ସରଞ୍ଜାମ; ସେବାୟତଙ୍କ ହେବ ପରୀକ୍ଷା

ପୁରୀ: ପୁରୀରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏବେ ପୁରୀରେ ସମସ୍ତ ଆୟୋଜନ ଜୋରସର୍ ଆରମ୍ଭ ହୋଇଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ ।

ଅଧିକ ପଢନ୍ତୁ: ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ରଥଯାତ୍ରାର ରଥଟଣାରେ ନିୟୋଜିତ ହେବେ ଅନେକ ସେବାୟତ । ସମସ୍ତ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବା ଲାଗି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ କୋଭିଡ ଟେଷ୍ଟ ସରଞ୍ଜାମ ପହଞ୍ଚିଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ସେବାୟତମାନଙ୍କର ଏହି କୋଭିଡ଼ ଟେଷ୍ଟ କରିବେ ।

Leave A Reply

Your email address will not be published.