Latest Odisha News

BREAKING NEWS

ବଢ଼ିଲା ବସ ଭଡା; ସାଧାରଣ ୧, ଡିଲକ୍ସ ୨ ପଇସାକୁ ବୃଦ୍ଧି

ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ବଜାରରେସି ଡିଜେଲର ଦରବୃଦ୍ଧି ଘଟିବା ପରେ ଓଡିଶା ସରକାର ସୋମବାର ଦିନ ସମସ୍ତ ଶ୍ରେଣୀ ବସର ଭଡା ବୃଦ୍ଧି କରାଇଛନ୍ତି ।

ସାଧାରଣ(ଅର୍ଡିନାରି) ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବା ବେଳେ ଏକ୍ସପ୍ରେସ୍ ବସ ପାଇଁ ମଧ୍ୟ କିଲୋମିଟର ପିଛା ସେହି ୧ ପଇସା ବଢିଛି । ସେହିପରି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଥିବା ବେଳେ ଏସି ଡିଲକ୍ସ ବସ ପାଇଁ ମଧ୍ୟ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି।

ପରିବହନ ବିଭାଗ ପକ୍ଷରୁ ଜାରି ଏକ ନୋଟିସ ଅନୁଯାୟୀ ଅର୍ଡିନାରି ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବାବେଳେ ଏବେ ୭୦ ପଇସାରେ ପହଂଚିଛି । ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୭୨ ପଇସା ଥିବା ବେଳେ ୭୩ ପଇସା ହୋଇଛି ।

ଏହାଛଡା ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୯୯ ପଇସା ଥିବାବେଳେ ୧ ଟଙ୍କା ୧ ପଇସା ହୋଇଛି । ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ଥିବାବେଳେ ୧ ଟଙ୍କା ୨୩ ପଇସା ହୋଇଛି ।

Leave A Reply

Your email address will not be published.