Latest Odisha News

BREAKING NEWS

ନୂଆ ବିଲ୍ଡିଂ ସହ ଅଧିକ ଶଯ୍ୟା ବିଶିଷ୍ଟ ହେବ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତ୍ତି ନେଇଛନ୍ତି। ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ପ୍ରତିକ୍ରିୟା ଓ ଡାକ୍ତର ମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ‘ଡିଏଚଏଚ କମ୍ପ୍ଲେକ୍ସ’ ନିର୍ମାଣ କରାଯିବ । ଏଥିରେ ୩୦୦ ଟି ଶଯ୍ୟା ରହିବ । ବର୍ତ୍ତମାନ ଯେଉଁ ବିଲ୍ଡିଂ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି ସେଥିରେ ୧୯୧ ଟି ଶଯ୍ୟା ରହିଛି । ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୩୦୦ କୁ ବୃଦ୍ଧି କରାଯିବ ।

ରୋଗୀ ମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାରେ ଏକ ବିଶ୍ରାମ ଗୃହ ନିର୍ମାଣ କରାଯିବା ସହ ଓ.ଡି.ପି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟର ପରିସରର ମଧ୍ୟରେ ପାର୍କିଂ ଏରିଆ ବିକାଶ କରାଯିବ ।

ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

Leave A Reply

Your email address will not be published.