Latest Odisha News

BREAKING NEWS

ଆହୁରି ସହଜ ହେବ ବ୍ୟବସାୟ, ଷ୍ଟାର୍ଟଅପ୍ ଓଡ଼ିଶା ଓ ଫୋନ୍‌ପେ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ଏଣିକି ରାଜ୍ୟରେ ଆହୁରି ସହଜ ହେବ ବ୍ୟବସାୟ। ସ୍ଥାନୀୟ ଓ-ହବ ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଫୋନ୍‌ପେ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସହଜ ବ୍ୟବସାୟ ସୁନିଶ୍ଚିତ କରିବା ସହ ଷ୍ଟାର୍ଟଅପ୍‌ଗୁଡ଼ିକୁ ଡିଜିଟାଲ୍ ଭାବରେ ସଶକ୍ତ କରିବା ଲକ୍ଷ୍ୟରେ ଏହା ସ୍ୱାକ୍ଷରିତ ହୋଇଛି।

ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲଜିତ ଦାସ ଏବଂ ଫୋନ୍‌ପେ ଲିମିଟେଡ୍‌ ମର୍ଚ୍ଚାଣ୍ଟ ବ୍ୟବସାୟର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଯୁବରାଜ ସିଂହ ଶେଖାୱତ ଆନୁଷ୍ଠାନିକ ଭାବେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଷ୍ଟାର୍ଟଅପ୍‌ ପ୍ଲାଟଫର୍ମର ଅନବୋର୍ଡିଂ ନୀତି ଏବଂ ଯାଞ୍ଚ ପ୍ରକ୍ରିୟା ଅନୁଯାୟୀ ଫୋନ୍‌ପେ ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିଭୂମି, ପେମେଣ୍ଟ ପ୍ରଯୁକ୍ତିବିଦ୍ୟା ସମାଧାନ, ମାର୍କେଟିଂ ଏବଂ ପ୍ରୋତ୍ସାହନମୂଳକ ସହାୟତା ଯୋଗାଇ ଦେବ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଷ୍ଟାର୍ଟଅପ୍ ଓଡ଼ିଶା ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ, ନବସୃଜନର ପ୍ରୋତ୍ସାହନ, ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ, ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମ ନିର୍ମାଣ, ବ୍ୟାପକ ସୁଯୋଗ ସୃଷ୍ଟି ଜରିଆରେ ଭାରତର ଶ୍ରେଷ୍ଠ ଷ୍ଟାର୍ଟଅପ୍ ହବ୍‌ ମଧ୍ୟରେ ଓଡ଼ିଶାକୁ ସ୍ଥାନିତ କରିବା ପାଇଁ ଲକ୍ଷ୍ୟ ରଖିଛି।

Comments are closed.