ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶାରେ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରା ପ୍ରକାଶ ପାଇଛି । ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ଆଡ୍ଭାଇଜରି ଜାରି କରାଯାଇଛି । ନିଜ କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନ ରହିବା ପାଇଁ କୁହାଯାଇଛି । ବାରମ୍ବାର ହାତକୁ ଧୋଇ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଟେବୁଲ, ଡେସ୍କ, ଟେଲିଫୋନ୍ ଓ କିବୋର୍ଡକୁ ସଫା ରଖନ୍ତୁ । ୱାଶିଂ ମେସିନ୍ ନିକଟରେ ସାବୁନ, ସାନିଟାଇଜର ରଖନ୍ତୁ ।
ହାତ କିଭଳି ଧୋଇବେ ସେନଇ କର୍ମଚାରୀଙ୍କୁ ପୋଷ୍ଟର ମାଧ୍ୟମରେ ଜଣାନ୍ତୁ । କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟବିନ୍ ରଖନ୍ତୁ । ପରସ୍ପର ମଧ୍ୟରେ ୧ ମିଟରର ଦୂରତା ରଖନ୍ତୁ । ପରସ୍ପର ହାତ ମିଳାନ୍ତୁ ନାହିଁ । ଅତି ଆବଶ୍ୟକ ନଥିଲେ ଜନଗହଳି ପୂର୍ଣ୍ଣ ସ୍ଥାନ, ମଲ, ମାର୍କେଟ୍, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନକୁ ଯାଆନ୍ତୁ ନାହିଁ । ଥଣ୍ଡା, କାଶ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କଠାରେ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଯାଉଛି, ତେବେ ସେମାନଙ୍କୁ ଏକୁଟିଆ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.