ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶାରେ ଦୁଇ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରା ପ୍ରକାଶ ପାଇଛି । ଏନେଇ ଏସ୍ଆର୍ସିଙ୍କ ପକ୍ଷରୁ ଆଡ୍ଭାଇଜରି ଜାରି କରାଯାଇଛି । ନିଜ କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନ ରହିବା ପାଇଁ କୁହାଯାଇଛି । ବାରମ୍ବାର ହାତକୁ ଧୋଇ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଟେବୁଲ, ଡେସ୍କ, ଟେଲିଫୋନ୍ ଓ କିବୋର୍ଡକୁ ସଫା ରଖନ୍ତୁ । ୱାଶିଂ ମେସିନ୍ ନିକଟରେ ସାବୁନ, ସାନିଟାଇଜର ରଖନ୍ତୁ ।
ହାତ କିଭଳି ଧୋଇବେ ସେନଇ କର୍ମଚାରୀଙ୍କୁ ପୋଷ୍ଟର ମାଧ୍ୟମରେ ଜଣାନ୍ତୁ । କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟବିନ୍ ରଖନ୍ତୁ । ପରସ୍ପର ମଧ୍ୟରେ ୧ ମିଟରର ଦୂରତା ରଖନ୍ତୁ । ପରସ୍ପର ହାତ ମିଳାନ୍ତୁ ନାହିଁ । ଅତି ଆବଶ୍ୟକ ନଥିଲେ ଜନଗହଳି ପୂର୍ଣ୍ଣ ସ୍ଥାନ, ମଲ, ମାର୍କେଟ୍, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନକୁ ଯାଆନ୍ତୁ ନାହିଁ । ଥଣ୍ଡା, କାଶ, ଜ୍ୱର ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କଠାରେ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଯାଉଛି, ତେବେ ସେମାନଙ୍କୁ ଏକୁଟିଆ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.