ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସହରାଂଚଳ ପାଇଁ ୧୮୦୦୩୪୫୬୭୮୩ ଓ ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଜାରି କରାଯାଇଛି । ଏନେଇ ଟ୍ୱିଟ୍ କରି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ସହାରାଂଚଳରେ ଅଧିକାଂଶ ସ୍ଥାନରେ ୨୪ ଘଂଟିଆ ପାଣି ଦିଆଯାଇଛି । କିଛି ସ୍ଥାନରେ ନିର୍ଦ୍ଧାରିତ ସମୟରେ ପାଣି ମିଳୁଛି । ସେଠାରେ ଆକଶ୍ୟକ ହେଲେ ଅଧିକ ସମୟ ପାଣି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ସହିତ ଯେଉଁ ଅଞ୍ଚଳରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ଟ୍ୟାଙ୍କର ଓ ବଡ଼ ବଡ଼ ଟାଙ୍କି ମାଧ୍ୟମରେ ପାଣି ଯୋଗାଇଦେବା ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବାପାଇଁ ଇଞ୍ଜିନିଅର ଅଫିସ, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।
ଯଦି ଗ୍ରାମଞ୍ଚଳରେ କେଉଁଠି ଟିଉବଲର ନିହାତି ଆବଶ୍ୟକ ପଡ଼େ ଜିଲ୍ଲାପାଳଙ୍କ ଜରିଆରେ ପ୍ରସ୍ତାବ ଆସିଲେ ସଠି ଟିଉବଲ ବସାଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ଟିଉବଲର ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିଛନ୍ତି ।
BREAKING NEWS
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
Comments are closed.