Latest Odisha News

BREAKING NEWS

ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ଶୋ’ରେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ:ମ୍ୟାନ ଭର୍ସେସ୍ ୱାଇଲ୍ଡ ଶୋ’ରେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଥିଲେ । ଡିସ୍‌କଭରୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ପ୍ରସିଦ୍ଧ ଶୋ’ର ଆଗାମୀ ଏପିସୋଡରେ ଶୋ’ ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହ ଟଲିଉଡ ସୁପରଷ୍ଟାର ଥଲାଇବା ରଜନୀକାନ୍ତଙ୍କୁ ଦେଖିବାକୁ ମିଳିବ । ତେବେ ଏପିସୋଡ ଟେଲିକାଷ୍ଟ ହେବା ପୂର୍ବରୁ ସୁଟିଂ ସେଟ୍‌ରୁ କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡଆରେ ବେଶ୍ ଭାଇରାଲ ହୋଇଛି ।

ସୁଟିଂ ସେଟ୍‌ରୁ ସାମ୍ନାକୁ ଆସିଥିବା ଫଟୋରେ ରଜନୀକାନ୍ତଙ୍କୁ ବ୍ଲାକ ଜ୍ୟାକେଟ ଏବଂ ବ୍ଲାକ କ୍ୟାପରେ ଦେଖିବାକୁ ମିଳିଛି । ଏହି ଏପିସୋଡର ସୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ କରାଯାଉଛି । ୨୮ ଜାନୁଆରୀରୁ ଏପିସୋଡର ସୁଟିଂ ଆରମ୍ଭ ହୋଇଛି । ତେବେ ସୁଟିଂ ବେଳେ ସାଉଥଷ୍ଟାର ରଜନୀକାନ୍ତ ଆହତ ହୋଇଛନ୍ତି । ତାଙ୍କ ହାତ ଏବଂ କାନ୍ଧରେ ସାମାନ୍ୟ ଆଘାତ ଲାଗିଛି । ଏଥିପାଇଁ ସୁଟିଂକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ଫରେଷ୍ଟ ଅଧିକାରୀଙ୍କଠୁ ସୂଚନା ମିଳିଛି ।

ସାଉଥ ସୁପରଷ୍ଟାର ରଜନୀକାନ୍ତ ଭାରତର ଜଣେ ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ । ସେ ସାଉଥର ଥଲାଇବା ନାମରେ ମଧ୍ୟ ବେଶ ଜଣାଶୁଣା । ତେଲୁଗୁ, ମରାଠୀ, କନ୍ନଡ ଓ ହିନ୍ଦୀ ଭାଷାରେ ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

Leave A Reply

Your email address will not be published.