Latest Odisha News

BREAKING NEWS

ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ଗ୍ୟାସ୍ ଲିକ୍ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଓଡିଶା ସରକାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅନ୍ତର୍ଗତ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ବୁଧବାର ଦିନ ହୋଇଥିବା ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

ପ୍ରାପ୍ତ ସୂଚନାନୁଯାୟୀ ଫାଲକନ୍ ଚିଙ୍ଗୁଡି ଫ୍ୟାକ୍ଟ୍ରିର ପ୍ରୋସେସିଂ ୟୁନିଟରେ କୌଣସି କାରଣବଶତଃ ଗ୍ୟାସ୍ ଲିକ୍ ହେବା କାରଣରୁ ପାଖାପାଖି ୧୦୦ରୁ ଅଧ୍ଚଳ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ ।
ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଯାଇ ଅସୁସ୍ଥ ଶ୍ରମିକମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରମ ଓ କର୍ମଚାରୀ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, “ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀ ବୀରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ।

ଆହୁରି ମଧ୍ୟ ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଫ୍ୟାକ୍ଟ୍ରିକୁ ସିଲ୍ କରିଦିଆଯାଇଥିବା ବେଳେ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.