Latest Odisha News

BREAKING NEWS

ଗୋଟିଏ ରାତିରେ ଦୁର୍ବୃତ୍ତ ଲୁଟିଲେ ୧୫ ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟ ଅଟ୍ରି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପ୍ରାୟ ୧୫ଟି ଘରେ କଳାକନା ବୁଲାଇଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଅଟ୍ରି ଗ୍ରାମରେ ଏହି ପରିବାର ଗୁଡିକ କୌଣସି କାରଣବଶତଃ ବାହାରକୁ ଯାଇଥିବା ବେଳେ ରାତି ପ୍ରାୟ ୧ଟା ୩୦ମି. ସମୟରେ କେହି ଦୁବୃର୍ତ୍ତ ଘର ମଧ୍ୟରେ ପଶି ନଗଦ ଟଙ୍କା, ସୁନା ଗହଣା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ ।

ଆଜି ସକାଳେ ଏହି ସବୁ ଘରର କବାଟ ଓ ଝରକା ଭଙ୍ଗା ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏକ ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି । ପାଖାପାଖି ୪ ଜଣ ବ୍ୟକ୍ତି ଲୁଟ୍ କରୁଥିବା ନେଇ ଉକ୍ତ ସିସିଟିଭିରୁ ଜଣାପଡିଛି ।

ତେବେ ଉକ୍ତ ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.