ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାସନ କାର୍ଡଧାରୀଙ୍କ ପାଇଁ ମାସିକ ଚାଉଳ ଆବଣ୍ଟନକୁ ଦ୍ୱିଗୁଣିତ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି।
ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣି ସରକାର ପରିମାଣରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି ।
ସରକାରୀ ସୂତ୍ର ଅନୁଯାୟୀ, ଯଦି ଏହି ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳେ, ତେବେ ରାଜ୍ୟ ସାରା ପ୍ରାୟ ୩.୨୫ କୋଟି ହିତାଧିକାରୀ ଉପକୃତ ହେବେ। ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପ୍ରସ୍ତାବ ପଠାଇବ।
ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “୫ କିଲୋ ପରିବର୍ତ୍ତେ ଅଧିକ ୫କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ସରକାର। ରାସନ କାର୍ଡରେ ଥିବା ପ୍ରାୟ ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କ ସରକାର ୧୦କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତ୍ତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏହି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ଯୋଗାଣ ବିଭାଗ । ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।
Comments are closed.