Latest Odisha News

BREAKING NEWS

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହିତ ଲେବର ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନ୍ସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

BjdElectrycity

ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକ୍ଟରମାନଙ୍କୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍‌ର ପରିକଳ୍ପନା କରାଯାଇଛି। କରୋନା ଯୁଦ୍ଧରେ ଆଗଧାଡିରେ ଥିବା କୋଭିଡ ଯୋଦ୍ଧାମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.