Latest Odisha News

ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ଭୁବନେଶ୍ୱର: ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର।

ପୂର୍ବରୁ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ ଦେବ ପ୍ରସାଦ। ତାଙ୍କ ଉପରେ ପୂର୍ବରୁ ବି ରାଜ୍ୟ ସରକାର ଖପ୍ପା ଥିଲେ। ୪ ବର୍ଷରେ ୬ ଥର ବଦଳି କରାଯିବା ପରେ ସ୍ୱେଚ୍ଛାକୃତ ଅବସର ନେବାକୁ ଦେବ ପ୍ରସାଦ ଦାଶ ଆବେଦନ କରିଥିଲେ।

Comments are closed.