ଭୁବନେଶ୍ୱର: ଆସନ୍ତା ଜୁନ୍ ୧୪ରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ‘ରଜ ମହୋତ୍ସବ’କୁ ଦୃଷ୍ଟିରେ ରଖି ଓଡିଶା ସରକାର ଗୁରୁବାର ଦିନ ରାତ୍ରୀକାଳୀନ କର୍ଫ୍ୟୁ ନିୟମରେ କୋହଳ କରିଛନ୍ତି।
ପ୍ରାପ୍ତ ସୂଚନାନୁଯାୟୀ ୧୧ଟି କରୋନା ପ୍ରଭାବିତ ଜିଲ୍ଲାରେ ଲାଗୁ ହୋଇଥିବା ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବା ପରେ ଜନସାଧାରଣ ସାମାନ୍ୟ ଆଶ୍ବସ୍ତୀ ଅନୁଭବ କରିବେ।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ଏହି ରାତ୍ରୀକାଳୀନ କର୍ଫ୍ୟୁ ଆସନ୍ତା ଜୁନ୍ ୧୨ ତାରିଖ ରାତି ୭ଟା ପରିବର୍ତ୍ତେ ରାତି ୧୦ ଟାରୁ କାର୍ଯ୍ୟକାରୀ ହେବ।
ଅପରପକ୍ଷରେ ରାତ୍ରୀକାଳୀନ କର୍ଫ୍ୟୁରେ କୋହଳ କରାଯାଇଥିଲେ ମଧ୍ୟ କୋଭିଡ-୧୯ ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରତିବନ୍ଧକ ଅପରିବର୍ତ୍ତିତ ରହିବ।
Comments are closed.