Latest Odisha News

BREAKING NEWS

ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ସମ୍ପର୍କରେ କହିଛନ୍ତି ଯେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ୨୦୧୫ ମସିହା ଜାନୁଆରୀ ୭ ତାରିଖ ଦିନ ବିଧାୟକ ତଥା ପରିବହନ ମନ୍ତ୍ରୀ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ଗଠନ କରିଥିଲେ ।

ତେବେ ଉଭୟ ଶାସକ ଓ ବିରୋଧି ଦଳକୁ ନେଇ ଗଠିତ ଏହି ଟିମ୍ କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗାନା ପ୍ରଭୃତି ରାଜ୍ୟ ଗ୍ରସ୍ତ କରି ସେଠାକାର ବିଧାନ ପରିଷଦ ଗଠନର ପ୍ରକ୍ରିୟା ଓ କାର୍ଯ୍ୟର ସମୀକ୍ଷା କରି ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ କମିଟିର ଏହି ସବୁ ତଥ୍ୟ ଆଜିର ବୈଠକରେ କ୍ୟାବିନେଟରେ ଉପସ୍ଥାପିତ କରାଯାଇଥିଲା ।

ଭାରତୀୟ ସମ୍ବିଧାନର ଧାରା ୧୬୧(୧) ଅନୁଯାୟୀ, ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ସଂକଳ୍ପ ଗୃହିତ ହେବା ଆବଶ୍ୟକ । ଏଥିପାଇଁ ଆଗାମୀ ମୌସୁମୀ ଅଧିବେଶନରେ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ଉପସ୍ଥାପନ କରିବା ନେଇ ଆଜି କ୍ୟାବିନେଟର ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.