Latest Odisha News

BREAKING NEWS

କଣ୍ଠଶିଳ୍ପୀ ତପୁଙ୍କ ଚିକିତ୍ସା ଲାଗି ଲକ୍ଷେ ଟଙ୍କା ମଞ୍ଜୁର କଲେ ଓଡ଼ିଶା ସରକାର

ଭୁବନେଶ୍ୱର: କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଛି । ଏଭଳି ସମୟରେ କଳାକାର କଲ୍ୟାଣ ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ସଂସ୍କୃତି ବିଭାଗ।

ତାଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ର ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତପୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ତାଙ୍କର ଅଧିକ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ନିବେଦନ କରାଯାଇଥିଲା।

“ଗତ ଦୁଇ ଦିନ ଧରି ତାଙ୍କ ଶରୀରେ କୌଣସି ପ୍ରତିକ୍ରିୟା ହେଉନାହିଁ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରିକି ଫୁସଫୁସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି” (୭୫%) ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ତପୁଙ୍କ ପିତା ଗତ ମେ ୧୦ରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ତପୁଙ୍କର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ସେ ହୋମ୍ ଆଇସୋଲେସନରେ ଥିଲେ। ମେ ୩୧ରେ ତାଙ୍କର ଅକ୍ସିଜେନ ସ୍ତର ୪୫କୁ ଖସି ଆସିବାରୁ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପ୍ରାୟ ୧୦ଦିନ ତଳେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.