Latest Odisha News

BREAKING NEWS

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା ହୋଇଛନ୍ତି । ଆମେରିକାର ଡାଟା ଇଂଟେଲିଜେନ୍ସି ଫାର୍ମ ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ସର୍ଭେରେ ମୋଦିଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ସବୁଠାରୁ ଆଗରେ ରହିଛି । ମୋଦିଙ୍କ ରେଟିଂ ୬୬ ପ୍ରତିଶତ ଥିବା ବେଳେ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଇଟାଲୀର ମାରିୟୋ ଡ୍ରାଘି (୬୫ ପ୍ରତିଶତ)ରହିଛନ୍ତି ।

୬୩ ପ୍ରତିଶତ ସହ ମେକ୍ସିକୋର ଲୋପେଜ ଆବ୍ରୋଡର ରହିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରୀ ଭାରତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ଏହା ସତ୍ୱେ ମୋଦିଙ୍କ ଲୋକପ୍ରିୟତା ହାର କମି ନାହିଁ । ଆମେରିକାର ଜୋ ବାଇଡେନ ୫୩ ପ୍ରତିଶତ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.