Latest Odisha News

BREAKING NEWS

ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମାରିଜୁଆନା ଚାଷର ଅନୁମତି ଦେବା ଆବଶ୍ୟକ: ତଥାଗତ

ଭୁବନେଶ୍ୱର: ଗଞ୍ଜେଇ ବା ମାରିଜୁଆନାର ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏହି ଚାଷକୁ ଅନୁମତି ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ଶତପଥୀ ।

“ଆଜି ମୁଁ ଜାଣିବାକୁ ପାଇଲି ଯେ, ଓଡ଼ିଶା ସରକାର ରାଜ୍ୟରେ ମାରିଜୁଆନା ବା ଗଞ୍ଜେଇ ଚାଷକୁ ଅନୁମତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି, ଏହା ରାଜ୍ୟ ସରକାରଙ୍କ ଦୂର ଦୃଷ୍ଟିର ଅଭାବ,” ବୋଲି କହିଛନ୍ତି ଶ୍ରୀ ଶତପଥୀ ।

ନିଜର ଯୁକ୍ତିକୁ ଉପସ୍ଥାପନ କରି ଶ୍ରୀ ଶତପଥୀ କହିଛନ୍ତି ମାରିଜୁଆନା ବୃକ୍ଷର ଅନେକ ଔଷଧୀୟ ଗୁଣ ରହିଛି । ଏହି ବୃକ୍ଷରୁ କ୍ୟାନସର ଓ ଆଜମା ପରି ରୋଗର ପଥ୍ୟ ତିଆରି ହୋଇଥାଏ ।

ଏହି ବୃକ୍ଷର ଚାଷ ଲାଗି ଅଧିକ ଜଳ କିମ୍ବା ଖତ ଦେବାକୁ ପଡ଼ିନଥାଏ । ଏହା କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଲାଗି ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।

ମାରିଜୁଆନା ଚାଷକୁ ଉତ୍ତରାଖଣ୍ଡ ସରକାର ପ୍ରୋତ୍ସାହନ ଦେବାକୁ ନେଇ ଶ୍ରୀ ଶତପଥୀ କହିଛନ୍ତି, ନିକଟରେ ତେଲେଙ୍ଗାନା ଗସ୍ତ ସମୟରେ ସେ ସେଠାକାର ସରକାର ଏହି ଚାଷକୁ ଆଇନ ସଂଗତ କରିବାକୁ କିପରି ଦୃଢ ପଦକ୍ଷେପ ନେଉଥିବା ସେ ଦେଖିଛନ୍ତି ।

ମାରିଜୁଆନା ଚାଷ ଲାଗି ରାଜ୍ୟ ସରକାର ଏଥିଲାଗି ନିୟମ ପ୍ରଣୟନ କରିବା ଆବଶ୍ୟକ ବୋଲି ପୂର୍ବତନ ସାଂସଦ ଶ୍ର ଶତପଥୀ ଗୁରୁତ୍ୱ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.