Latest Odisha News

BREAKING NEWS

ପଗଡ଼ି ବଦଳରେ ରାଜ୍ୟସଭା ମାର୍ଶାଲଙ୍କ ନୂଆ ମିଲିଟାରୀ ଡ୍ରେସକୁ ନେଇ ବିବାଦ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ସାଙ୍ଗକୁ ରାଜ୍ୟସଭାରେ ମାର୍ଶାଲଙ୍କ ନୂଆ ପୋଷାକକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ସଂସଦରେ ମାର୍ଶାଲମାନେ ପାରମ୍ପରିକ ପଗଡ଼ି ପିନ୍ଧୁଥିବା ବେଳେ ଏହି ଅଧିବେଶନରୁ ମିଲିଟାରୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କେତେକ ସାଂସଦ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଅବଗତ କରିଥିଲେ ।

ରାଜ୍ୟସଭାରେ ମଙ୍ଗଳବାର ଦିନ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ କହିଥିଲେ ଯେ, ମାର୍ଶାଲଙ୍କ ନୂଆ ପୋଷାକ ସମ୍ପର୍କରେ ମୁଁ କେତେକ ରାଜନେତା ତଥା ବୁଦ୍ଧିଜୀବୀଙ୍କ ମତାମତ ପାଇଛି । ଏସମ୍ପର୍କରେ ସୃଷ୍ଟି ହୋଇଥିବା ବିବାଦ ଓ ସମାଲୋଚନାର ସମୀକ୍ଷା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି ।

ପୂର୍ବରୁ ସଂସଦରେ ମାର୍ଶାଲ୍ ପାରମ୍ପରିକ ପଗଡ଼ି ସହିତ କାନ୍ଧରେ ଉତ୍ତରୀୟ ସହିତ ଧଳା ପୋଷାକ ପରିଧାନ କରୁଥିଲେ । ମାତ୍ର ଏବେ ମିଲିଟାରୀ ପୋଷାକ ପରି ଦେଖାଯାଉଥିବା ଟୋପି ମଧ୍ୟ ପିନ୍ଧୁଛନ୍ତି ମାର୍ଶାଲ । ତେବେ ପାରମ୍ପରିକ ପୋଷାକ ପରିବର୍ତ୍ତେ ମାର୍ଶାଲଙ୍କ ଏହି ମିଲିଟାରୀ ପୋଷାକ ଏବେ ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.