Latest Odisha News

BREAKING NEWS

ସ୍ୱୟମ ଯୋଜନା: ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ୍ ସ୍ମଲ ଏଣ୍ଟରପ୍ରାଇଜେସ୍ (ସିଜିଟିଏମ୍ଏସ୍ଇ) ସହ ‘ସ୍ୱୟମ୍’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଗୁରୁବାର ଭୁବନେଶ୍ୱରରେ ସିଜିଟିଏମଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ବର୍ମା ଏବଂ ଅର୍ଥ ବିଭାଗର ସଂସ୍ଥାଗତ ଅର୍ଥ ନିର୍ଦ୍ଦେଶିକା ପ୍ରଞ୍ଜ୍ୟସ୍ମିତା ସାହୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର; ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନବ ସମ୍ବଳ ବିକାଶ ବିଭାଗର ପ୍ରମୁଖ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଏହି ସମୟରେ ଉପସ୍ଥିତ ଥିଲେ।।

ବୁଝାମଣା ପତ୍ର ଅନୁଯାୟୀ, ସିଜିଟିଏମଏସଇ ଋଣ ରାଶିର ୮୫% ଗ୍ୟାରେଣ୍ଟି ଦେବ ଏବଂ ରାଜ୍ୟ ସରକାର ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ‘ସ୍ୱାଧୀନ ଯୁବ ଉଦ୍ୟୋଗ’ ହେବାରେ ସକ୍ଷମ କରିବା ପାଇଁ ଆରମ୍ଭ ହୋଇଥିବା ‘ସ୍ୱୟମ୍’ ଯୋଜନା ଅଧୀନରେ ନିଆଯାଇଥିବା ଋଣ ରାଶିର ଅବଶିଷ୍ଟ ୧୫% ଗ୍ୟାରେଣ୍ଟି ଦେବେ।

ହିତାଧିକାରୀଙ୍କ ତରଫରୁ ସିଜିଟିଏମଏସଇ ଦ୍ୱାରା ଆଦାୟ କରାଯାଉଥିବା ବାର୍ଷିକ ଗ୍ୟାରେଣ୍ଟି ଫି’ ମଧ୍ୟ ସରକାର ଗ୍ୟାରେଣ୍ଟି କଭରେଜର ଅଂଶ ଉପରେ ନିୟମ ଅନୁଯାୟୀ ପ୍ରଦାନ କରିବେ।

ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ପ୍ରମୁଖ ସଚିବଙ୍କ ଦ୍ୱାରା ରାଜ୍ୟର ବ୍ୟାଙ୍କ ଗୁଡ଼ିକର ଅଧିକାରୀମାନଙ୍କୁ ନୂତନ ଯୋଜନା ବିଷୟରେ ଅବଗତ କରାଯାଇଥିଲା। ଏହି ଯୋଜନା ଅଧୀନରେ ଋଣରୁ ଆଦାୟ ହୋଇଥିବା ସୁଧର ସରକାର ଯତ୍ନ ନେବେ ବୋଲି ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଥିଲା।

‘ସ୍ୱୟମ୍’ ଯୋଜନାରେ ୧୮ରୁ ୩୫ ବର୍ଷ ବୟସର ଯୁବକମାନଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ସେମାନଙ୍କର ବର୍ତ୍ତମାନର ବ୍ୟବସାୟକୁ ସମ୍ପ୍ରସାରଣ କରିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରକଳ୍ପ ଖର୍ଚ୍ଚରେ ବିନା ସୁଧରେ ବ୍ୟାଙ୍କ ଋଣ ପ୍ରଦାନ କରାଯିବ।

ଏସସି/ଏସଟି/ପିଡବ୍ଲୁଡି/ଅର୍ବାନ ଟ୍ରାନ୍ସଜେଣ୍ଡର ବର୍ଗର ଆବେଦନକାରୀଙ୍କ ବୟସ ସୀମା ୪୦ ବର୍ଷ ରହିବ । ଋଣଧାରୀଙ୍କୁ କୌଣସି ପ୍ରକ୍ରିୟାକରଣ ଶୁଳ୍କ ଦେବାକୁ ପଡିବ ନାହିଁ କିମ୍ବା ବ୍ୟାଙ୍କକୁ କୌଣସି ବନ୍ଧକ ଦେବାକୁ ପଡିବ ନାହିଁ । ବ୍ୟାଙ୍କର ନିୟମ ଅନୁଯାୟୀ ଏହି ଋଣ ପରିଶୋଧ ଅବଧି ୩ରୁ ୬ ମାସ ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.