Latest Odisha News

BREAKING NEWS

କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ଅବକାରୀ ଅଧୀକ୍ଷକ ନିଲମ୍ବିତ। ତଦନ୍ତ ପରେ ଗ୍ରହଣ କରାଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ବର୍ଗୀକରଣ ନିୟନ୍ତ୍ରଣ ଓ ଆପିଲ) ନିୟମ-୧୯୬୨ର ନିୟମ ୧୨ର ଉପନିୟମ-୧ ଅନୁଯାୟୀ ରାଜ୍ୟ ସରକାର ତୁରନ୍ତ ନିଲମ୍ବିତ କରିଛନ୍ତି।

ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ସମ୍ବଲପୁର ଉତ୍ତର ଡିଭିଜନର ଅବକାରୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିର କରାଯାଇଛି। ବିସ୍ତୃତ ତଦନ୍ତ ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଲାଞ୍ଚ ଅଭିଯୋଗରେ ମିଳିତ କମିଶନର ରାମ ଚନ୍ଦ୍ର ମିଶ୍ରଙ୍କ ଅନୁସନ୍ଧାନ ରିପୋର୍ଟ ଆଧାରରେ ସରକାର ମିଶ୍ରଙ୍କ ବିରୋଧରେ ପଦକ୍ଷେପ ନେଇଛନ୍ତି ବୋଲି ଅବକାରୀ କମିଶନର ନରସିଂହ ଭୋଲ କହିଛନ୍ତି।

Leave A Reply

Your email address will not be published.