Latest Odisha News

BREAKING NEWS

ହୋମ ୱର୍କ କରିବା ପାଇଁ ଦୁବାଇରେ ଟ୍ୟୁସନ ସାରଙ୍କୁ ଛାତ୍ର ଦେଲା ୩୦୦୦ ଡଲାର

ଆବୁଧାବି: ୟୁଏଇରେ ସମ୍ଭ୍ରାନ୍ତ ଓ ଧନୀ ଲୋକଙ୍କ ସହର ପାଲିଟିଛି ଦୁବାଇ । ଏଠାରେ ଅତ୍ୟାଧୂନିକ ଜୀବନ ଶୈଳୀରେ ବଂଚିବାକୁ ସମସ୍ତେ ଚାହାନ୍ତି । ସହରରେ ଅନେକ ଧନୀ ବ୍ୟବସାୟୀ ରହିଛନ୍ତି । ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅନେକ ଟ୍ୟୁସନ ସାର ନିୟୋଜିତ ହୋଇଥାନ୍ତି । ଜଣେ ଟ୍ୟୁସନ ସାର ତାଙ୍କ ନାମ ନ ଦେବା ପାଇଁ ଅନୁରୋଧ କରି କହିଥିଲେ, ଜଣେ ଛାତ୍ର କେବଳ ହୋମୱର୍କ କରିବା ପାଇଁ ୩୦୦୦ ଡଲାର ଲୁଚେଇ କରି ଦେଇଥିଲା । ଏଠାରେ ଅର୍ଥ ଦେଇ ସବୁ କିଛି କାମ ସହଜରେ କରାଯାଇଥାଏ ବୋଲି ସେ କହିଛନ୍ତି । ଏଠାରେ ଜଣେ ଟ୍ୟୁସନ ସାର ଅନେକ ଅର୍ଥ ସହଜରେ ରୋଜଗାର କରି ନିଅନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ୟୁଟରଙ୍କୁ ଏଠାରେ ପରିବାର ସଦସ୍ୟ ଭାବେ ବିବେଚନା କରାଯାଇଥାଏ । ଆଉ ଜଣେ ଟ୍ୟୁସର ସାର କହିଥିଲେ ଥରେ ବାୟୋଲୋଜି ପଢ଼ାଇବା ବେଳେ ଜଣେ ଛାତ୍ରକୁ ପେଚାର ଫଟୋ ପସନ୍ଦ ଆସିଥିଲା । ତା ପରଦିନ ସେ ତାଙ୍କ ବାପାଙ୍କୁ କହି ଘରେ ୨/୩ଟି ପେଚା ମଗାଇଥିଲେ । ଯାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲି ।

Leave A Reply

Your email address will not be published.