Latest Odisha News

ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…

ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର ।

ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ବେଙ୍ଗାଲୁରୁ ସ୍ଥିତ ନିମହାନ୍ସର ନିର୍ଦ୍ଦେଶକ ବିଏନ୍ ଗଙ୍ଗାଧରଙ୍କ ସହ ଆଲୋଚନା କରିଛନ୍ତି ।

ଆହୁରି ମଧ୍ୟ ନିମହାନ୍ସ ନିଜ ଡିଜିଟାଲ୍ ଏକାଡେମୀ ସହ ମିଶି ଡିପାର୍ଟମେଣ୍ଟର କର୍ମଚାରୀ ଖୁବଶୀଘ୍ର ଏହି ପ୍ରକ୍ରିୟା ଉପରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।

ସେହିପରି ନାରାୟଣ ହୃଦୟାଳୟର ନିର୍ଦ୍ଦେଶକ ଡା. ଦେବୀ ସେଟ୍ଟୀଙ୍କୁ ଭେଟି ଭୁବନେଶ୍ୱରରେ ଏକ ହସ୍ପିଟାଲ୍ ସ୍ଥାପନା ଲାଗି ମନ୍ତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି ।

Comments are closed.