Latest Odisha News

ପାରାଦୀପ ପୋର୍ଟକୁ ୨ ଚକିଆ ଯାନ ମନା !

ପାରାଦୀପ: ପାରାଦୀପ ପୋର୍ଟରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ୨ ଚକିଆ ଯାନ ଚଳାଚଳ ଉପରେ ଶୁକ୍ରବାର ଦିନ କର୍ତ୍ତୃପକ୍ଷ ପ୍ରତିବନ୍ଧକ ଲଗାଇଛନ୍ତି ।

ପୂର୍ବରୁ ବନ୍ଦରର ନିଷିଦ୍ଧାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନେ ବାଇକ୍ ଓ ସାଇକେଲ୍ ଯୋଗେ ଯାତାୟାତ କରୁଥିଲେ । ଏହାର ବିକଳ୍ପ ସଦୃଶ୍ୟ ଏହା ମଧ୍ୟକୁ ବସ୍ ସେବା ଆରମ୍ଭ କରାଯାଇଥିବା ବେଳେ ଏବେ ୨ ଚିକଆ ଯାନ ବଦଳରେ ଶ୍ରମିକମାନେ ବସରେ ଯାତାୟାତ କରିବେ ।

ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ର ଅଧ୍ୟକ୍ଷ ରିଙ୍କେଶ ରଏ ଆଜି ସକାଳେ ସବୁଜ ପତାକା ଦେଖାଇ ୪ଟି ବସର ଶୁଭାରମ୍ଭ କରିଛନ୍ତି ।

ଶ୍ରୀ ରଏ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବନ୍ଦରର ଏହି ନିଷିଦ୍ଧାଞ୍ଚଳ ମଧ୍ୟକୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ୪ଟି ବସ୍ ଚଳାଚଳ କରିବ ।

Leave A Reply

Your email address will not be published.