Latest Odisha News

BREAKING NEWS

ଦୁନିଆକୁ ବେଖାତିର, ଦକ୍ଷିଣ ଚୀନ ସାଗରରେ ଚୀନର ମିଲିଟ୍ରି ଡ୍ରିଲ

ୱାଶିଂଟନ: ଚୀନ ସୁଧୁରିବାର ନାମ ଧରୁ ନାହିଁ । ଧିରେ ଧିରେ ସମସ୍ତ ପଡୋଶୀଙ୍କୁ ଶତ୍ରୁ କରି ସାରିଥିବା ଚୀନ ପୁଣି ଦୁନିଆକୁ ବେଖାତିର କରିଛି । ରିପୋର୍ଟ ମୁତାବକ ଦକ୍ଷିଣ ଚୀନ ସାଗରରେ ଚୀନ ମିଲିଟ୍ରି ଡ୍ରିଲ କରିଛି । ଫିଲିପାଇନ୍ସ ଓ ଭିଏତନାମା ଏହାକୁ ତୀବ୍ର ବିରୋଧ କରିଛନ୍ତି । ଆମେରିକା ମଧ୍ୟ ଚୀନର ଗତିବିଧି ନେଇ ଚିନ୍ତା ବ୍ୟକ୍ତ କରିଛି । ଚୀନ ୧ରୁ ୫ ଜୁଲାଇ ପର୍ଯ୍ୟନ୍ତ ସୈନ୍ୟ ଅଭ୍ୟାସ କରିଛି । ଏହା ଦ୍ୱାରା ସ୍ଥିତି ବିଗିଡିବ ବୋଲି ଆମେରିକା ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଭିଏତନାମ ମଧ୍ୟ ଏହା ଦ୍ୱାରା ସମ୍ପର୍କ ଖରାପ ହେବ ବୋଲି କହିଛି । ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରର ଏସିଆ-ପ୍ରଶାନ୍ତ ଅଂଚଳରେ ବ୍ରୁନେଇ, ଚୀନ, ଜାପାନ, ମାଲେସିଆ, ଫିଲପାଇନ୍ସ, ତାଇୱାନ ଓ ଭିଏତନାମ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଯାହାକୁ ଚୀନ ଉସୁକାଇବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.